୧୫ କୋଟି ଟଙ୍କ‌ାର ଡ୍ରଗ୍ସ ଜବତ : ୪ ଗିରଫ

ଗୁଆହାଟୀ, ୧୯/୧୦ : ଆସାମ ପୋଲିସ ଚାରିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରି ସେମାନଙ୍କ ସମ୍ପତ୍ତିରୁ ୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହିରୋଇନ ଜବତ କରିଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସବ୍-ଇନ୍ସପେକ୍ଟର ମନୁଜଲ ଗୋଗୋଇଙ୍କ ନେତୃତ୍ୱରେ ଡ୍ରଗ୍ସ ଯାଉଥିବା ଏକ ଟ୍ରକ୍‌କୁ ରାସ୍ତା ମଝିରେ ଅଟକା ଯାଇଥିଲା। ଆଙ୍ଗ୍ଲୋଙ୍ଗ ଜିଲ୍ଲାରୁ ଟ୍ରକ୍‌ଟିକୁ ଅଟକାଇବା ପରେ ସେଥିରୁ ୬ଟି ପ୍ୟାକେଟ୍‌ରୁ ପ୍ରାୟ ୩.୪୫ କିଲୋ ହି‌ରୋଇନ୍‌ ଜବତ କରାଯାଇଥିଲା। ଡ୍ରଗ୍ସ ବିକ୍ରୟ କରୁଥିବା ଦୁଇ ଜଣ ବ୍ୟକ୍ତି ମଣିପୁରର ବାସିନ୍ଦା। ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ଅନୁଯାୟୀ ଗିରଫ ହୋଇଛନ୍ତି।