ବେକରେ ଛୁରୀ ଲଗାଇ ଡକାୟତି : ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା

କଟକ, ୧୯/୧୦ : କରୋନା କାଳରେ ରାଜ୍ୟରେ ମାତିଛନ୍ତି ଲୁଟେରା ଓ ଡ଼କାୟତ । ଏ ଭିତରେ ଗତକାଲି ବିଳମ୍ବିତ ରାତିରେ କଟକ ଜିଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖମାର ନୂଆଗାଁରେ ଜଣଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୬ ଜଣିଆ ଡ଼କାୟତି ଦଳ ଘରେ ପଶି ଲୋକଙ୍କ ବେକରେ ଛୁରୀ ଲଗାଇ ସୁନା ଗହଣା, ଟଙ୍କା ଆଦି ଲୁଟ କରିଛନ୍ତି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।