ଆଇପିଏଲ -୨୦୨୦: ଆଜି ଚେନ୍ନଇ ବନାମ ରାଜସ୍ଥାନ

ଆବୁଧାବି,୧୯ /୧୦ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୩୭ ତମ ମ୍ୟାଚ୍‌ ଆଜି ଚେନ୍ନଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏ ପର୍ଯ୍ୟନ୍ତ ଉଭୟ ଦଳର ପ୍ରଦର୍ଶନ ନିରାଶା ଜନକ ରହିଛି। ଦୁଇ ଦଳ ପଏଣ୍ଟ ଟେବୁଲର ଶେଷ ୨ଟି ସ୍ଥାନରେ ଅଛନ୍ତି।

ଉଭୟ ଦଳ ୯ଟି ଲେଖାଏଁ ମ୍ୟାଚ୍‌ ଖେଳି ୬-୬ଟି ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି ଓ ମାତ୍ର ୩ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ପୂର୍ବରୁ ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ମଧ୍ୟରେ ମୁକାବିଲା ହୋଇଥିଲେ ମଧ୍ୟ ରାଜସ୍ଥାନ ୧୬ ରନ୍‌ରେ ଚେନ୍ନଇକୁ ପରାସ୍ତ କରିଥିଲା। ତେବେ ଆଜିର ମ୍ୟାଚ ଜିତିବା ପାଇଁ ଦୁଇ ଦଳ ନିଶ୍ଚୟ ପ୍ରାଣପଣେ ଉଦ୍ୟମ କରିବେ।​