କେନ୍ଦ୍ରାପଡ଼ା,୧୯ /୧୦: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରାୟ ସାତ ମାସର ବ୍ୟବଧାନ ପରେ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିବା ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ଭିତରକାନିକା ଜାତୀୟ ଉଦ୍ୟାନ (କୁମ୍ଭୀର ଅଭୟାରଣ୍ୟ) ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ମାର୍ଚ୍ଚରୁ ରାଜ୍ୟରେ ଲକ୍ଡ଼ାଉନ୍ ହେତୁ ପର୍ଯ୍ୟଟକଙ୍କ ପାଇଁ ଏହି ପାର୍କ ବନ୍ଦ ରହିଥିଲା ହେଲେ ବର୍ତ୍ତମାନ ଜନସାଧାରଣ ପାର୍କକୁ କୋଭିଡ୍ ଗାଇଡ଼ଲାଇନ୍କୁ କଡାକଡି ଭାବ ପାଳନକରି ପରିଦର୍ଶନ କରିପାରିବେ । ହେଲେ କାଶ, ଥଣ୍ଡା ଏବଂ ଫ୍ଲୁ ରୋଗୀଙ୍କୁ ଜାତୀୟ ଉଦ୍ୟାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।