ଆଣ୍ଟି ଟ୍ୟାଙ୍କ-ଆଣ୍ଟି ସୀପ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ; ବୃଦ୍ଧି ପାଇବ ବାୟୁସେନା ଓ ନୌସେନାର ଶକ୍ତି

ବାଲେଶ୍ୱର, ୧୯/୧୦ : ଭାରତୀୟ ପ୍ରତିରକ୍ଷା ବିଭାଗ ଆଜି ବାଲେଶ୍ୱର ଚାନ୍ଦିପୁର ଉପକୂଳରୁ ‘ସାଣ୍ଟ’ (ଷ୍ଟାଣ୍ଡ ଅଫ ଆଣ୍ଟି ଟ୍ୟାଙ୍କ) କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଭାରତୀୟ ବାୟୁସେନା ପାଇଁ ଡିଆରଡିଓ ଏହି କ୍ଷେପଣାସ୍ତ୍ର ବିକଶିତ କରିଛି। ଏହାର ଉଭୟ ‘ଲକ ଅନ ଆପ୍ଟର ଲଞ୍ଚ ଓ ଲକ ଅନ ବିଫୋର ଲଞ୍ଚ’ ସୁବିଧା ରହିଛି ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି। ଭାରତୀୟ ନୌବାହିନୀରୁ କ୍ରୁଜ ମିଶାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପରେ ‘ସାଣ୍ଟ’ ପରୀକ୍ଷାର ଗୁରୁତ୍ୱ ରହିଛି ବୋଲି ବିବେଚନା କରାଯାଉଛି। କ୍ଷେପଣାସ୍ତ୍ରଟି ୧୦୦ ପ୍ରତିଶତ ଲକ୍ଷଭେଦ କରିଥିବା ବେଳେ ଏହି ସଫଳତା ପରେ ନୌବାହିନୀ ପୂର୍ବଠାରୁ ଆହୁରି ଶକ୍ତିଶାଳୀ ହେଲା ବୋଲି କୁହାଯାଉଛି।