ବାରଙ୍ଗ ଥାନା ନିକଟରେ ଥିବା ହୋଟେଲ ବଞ୍ଜାରନରୁ ଲୁଟ : ଆଜବେଷ୍ଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଲୁଟେରା

ବାରଙ୍ଗ, ୧୯/୧୦: ବାରଙ୍ଗ ଥାନା ଅଂଚଳରେ ଥିବା ଏକ ହୋଟେଲରୁ ଚୋରି ହୋଇଛି। କରୋନା ଏବଂ ଲଗାଣ ବର୍ଷା ପାଇଁ ବାରଙ୍ଗ ଥାନା ନିକଟରେ ଥିବା ହୋଟେଲ ବଞ୍ଜାରନ କିଛିଦିନ ହେବ ବନ୍ଦ ଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ହୋଟେଲକୁ ଲାଗିଥିବା ଏକ ଆଜବେଷ୍ଟ ଘର ଭାଙ୍ଗି ହୋଟେଲ ଭିତରକୁ ପ୍ରବେଶ କରିଥିଲେ। ହୋଟେଲ ଭିତରେ ପଶି ୧୮ଟି ଫ୍ୟାନ୍‌ ଗ୍ରାଇଣ୍ଡର, ଫ୍ରିଜ ଏବଂ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଦୃର୍ବୃତ୍ତମାନେ। ସୋମବାର ସନ୍ଧ୍ୟାରେ ସନ୍ଧାନୀ କୁକୁର ପହଁଞ୍ଚି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଛି।