ନୟାଗଡ଼ରେ ଜାଲ ନୋଟ କାରଖାନା : ଲ୍ୟାପ୍‌ଟପ୍‌, କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୋଲିସ

ନୟାଗଡ଼: ନୟାଗଡ଼ ଟାଉନ ଥାନା ଅଧୀନ ରାଜାବଗିଚା ଗଳିରେ ନକଲି ଟଙ୍କା ଛପା କାରଖାନା ଠାବ କରାଯାଇଛି। ନକଲି ଟଙ୍କା ତିଆରି କରୁଥିବା ବ୍ୟକ୍ତି ଆଜି ଅପରାହ୍ନରେ ଦୁର୍ଗାପ୍ରସାଦ ସ୍ଥିତ ୟାମାହା ସୋରୁମ୍ ଗାଡ଼ି କିଣିବାକୁ ଯାଇଥିଲେ। ଏନେଇ ସମସ୍ତ କାଗଜପତ୍ର କାମ ସରିବା ପରେ ସୋ ରୁମରେ ୧ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ। ନୋଟ୍‌ ବିଡ଼ା ଦେଖି ସନ୍ଦେହ ହେବାରୁ ଶୋ’ ରୁମ୍‌ ମାଲିକ ପୁଲିସକୁ ଖବର ଦେଇଥିଲେ । ଟଙ୍କା ବିଡ଼ା ସବୁ ନକଲି ଜଣାପଡ଼ିବାରୁ ୨ଜଣଙ୍କୁ ପୁଲିସ ଥାନାକୁ ନେଇଥିଲା। ଦୁଇ ଜଣଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ନକଲି ଟଙ୍କା ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ନାମ ଦିବ୍ୟ ରଞ୍ଜନ ହୋତା। ୬ବର୍ଷ ହେଲା ନୟାଗଡ଼ରେ ଘରଭଡ଼ା ନେଇ ନକଲି ଟଙ୍କା ତିଆରି କରୁଥିଲେ। ଭଡ଼ାଘରୁ ଲ୍ୟାପ୍‌ଟପ୍‌, କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ ହୋଇଛି ବୋଲି ପୁଲିସ ସୂଚନା ଦେଇଛନ୍ତି।