ଚନ୍ଦ୍ରରେ ମୋବାଇଲ ଟାୱାର ନିର୍ମାଣ କରିବ ନୋକିଆ

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମୋବାଇଲ ଟାୱାର ନିର୍ମାଣ କରିବା ନୋକିଆ | ଏଥିପାଇଁ ନୋକିଆ କମ୍ପାନୀ ନାସା ସହିତ ଚୁକ୍ତି କରିଛି | ନାସା ବିଶ୍ୱର ଅଗ୍ରଣୀ ମୋବାଇଲ ନିର୍ମାତା ନୋକିଆକୁ ଦାୟିତ୍ୱ ଦେଇଛି | ନୋକିଆ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ ୪ଜି ନେଟୱାର୍କ ସ୍ଥାପନ ପାଇଁ ଏବେ କମ୍ପାନୀ ପ୍ରସ୍ତୁତ ହେଉଛି |

ନୋକିଆ ପକ୍ଷରୁ ଏଥିପାଇଁ ଏକ ବିଶାଳ ଯୋଜନା କରାଯାଇଛି | ଚନ୍ଦ୍ର ପୃଷ୍ଠରେ କିଭଳି ହାଲୁକା, ସ୍ୱଳ୍ପ କ୍ଷମତା ସମ୍ପନ୍ନ ଏଲଟିଇ ଟାୱାର ସ୍ଥାପନ କରିବ ସେଥିପାଇଁ ଯୋଜନା କରାଯାଉଛି | ଆସନ୍ତା ୨୦୨୨ ଶେଷ ବେଳକୁ ଏହି ଟାୱାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଥିବାବେଳେ ନୋକିଆ କହିଛି ଯେ ଏମିତି ଟେକ୍ନୋଲୋଜି ବ୍ୟବହାର କରାଯିବ ଯାହା ଦ୍ୱାରା ରିମୋଟ ମାଧ୍ୟମରେ ରୋଭରକୁ ଦୂରରୁ ନିୟନ୍ତ୍ରଣ କରିହେବ |

ସୂଚନା ଥାଉ କି ଗତ ସପ୍ତାହରେ, ନୋକିଆର ଅନୁସନ୍ଧାନ ଟିମ ବେଲ ଲ୍ୟାବ ନାସା ସହ ଚନ୍ଦ୍ରରେ ପ୍ରଥମ ୪ଜି ଯୋଗାଯୋଗ ନେଟୱାର୍କ ନିର୍ମାଣ ପାଇଁ ୧୪.୧ ନିୟୁତ ଡଲାର ଚୁକ୍ତି କରିଥିଲା | ​​ଯାହା ଦ୍ୱାରା ଭବିଷ୍ୟତରେ ଚନ୍ଦ୍ର ବାସିନ୍ଦାମାନେ ପରସ୍ପର ସହ କଥାବାର୍ତ୍ତା କରିପାରିବେ ଏବଂ ମେସେଜ ମଧ୍ୟ କରିପାରିବେ। ବଡ କଥା ଯେ ଚନ୍ଦ୍ରରେ ହେବାକୁ ଥିବା ଏହି ନେଟୱାର୍କକୁ ୫ଜିକୁ ଅପଗ୍ରେଡ଼ କରିହେବ |