ନୂଆଦିଲ୍ଲୀ, ୨୦/୧୦ : ‘ଲକ୍ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନା ଭୂତାଣୁ ଯାଇନାହିଁ, ଏ କଥା ଆଦୌ ନଭୁଲିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟର ବାର୍ତ୍ତା ଦେଇ ପ୍ରଧାମନ୍ତ୍ରୀ ପାର୍ବଣ ସମୟରେ ସାବଧାନତାର ସହ ଚଳିବାକୁ ଦେଶବାସୀଙ୍କୁ ସଚେତନ କରାଇଛନ୍ତି।
ଦେଶରେ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ କୋଭିଡ୍ ଯୋଦ୍ଧା କରୋନା ନିୟନ୍ତ୍ରଣ ପାଇଁ ବେଶ୍ କିଛି କରୁଛନ୍ତି । ଏବେ ଆମେ କରୋନା ଚାଲିଗଲା ବୋଲି ଭାବିବା ଉଚିତ୍ ନୁହେଁ । ଏବେ ଆମେ ଅନେକ ଭିଡିଓ ଓ ଫଟୋରେ ଦେଖୁଛେ ଲୋକମାନେ କରୋନା କଟକଣା ମାନିବା ବନ୍ଦ କରିଦେଇଛନ୍ତି । ଆପଣ ବିନା ମାସ୍କରେ ବାହାରକୁ ବାହାରୁଛନ୍ତି ମାନେ ନିଜକୁ ନିଜ ପରିବାରର ଛୋଟ ଶିଶୁଙ୍କୁ ଏବଂ ପରିବାର ଲୋକଙ୍କୁ ବିପଦରେ ପକାଉଛନ୍ତି । ୟୁରୋପ ଆମେରିକା ପରି ଦେଶରେ କରୋନା କମିଥିଲା । ଏବେ କିନ୍ତୁ ତାହା ବୃଦ୍ଧି ପାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କବୀର ଦାସଙ୍କ ଦୋହାକୁ ମନେ ପକାଇଥିଲେ। କରୋନା ନଯିବା ପର୍ଯ୍ୟନ୍ତ ଟିକା ନ ବାହାରିବା ପର୍ଯ୍ୟନ୍ତ କରୋନା ବିରୋଧରେ ଲଢେଇକୁ ଆମେ ମାନେ ବନ୍ଦ କରିବା ନାହିଁ । ପୁରା ବିଶ୍ୱରେ କାମ ଚାଲିଛି । ଭାରତରେ ବୈଜ୍ଞାନିକମାନେ ଅନେକ ଟିକା ଉପରେ ବେଶ୍ ସଫଳ ଓ ସୁରକ୍ଷା ଭାବରେ କାମ କରୁଛନ୍ତି । ଭାକ୍ସିନ୍ ବାହାରିବା ମାତ୍ରେ ଲୋକଙ୍କ ପାଖରେ ଶୀଘ୍ର କିପରି ପହଞ୍ଚିବ ସେଥିପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୋଦି କହିଛନ୍ତି । ସମାଜିକ ଦୂରତା , ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ପାଇଁ ପ୍ରଯତ୍ନ କରିବା । ମିଡିଆର ବନ୍ଧୁ ସୋସିଆଲ୍ ମିଡିଆରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସଚେତନତା କରିବା ପାଇଁ ନିବେଦନ କରିଛନ୍ତି । ଲୋକମାନଙ୍କୁ ସଚେତନ କରିବା ଦେଶର କାର୍ଯ୍ୟ ବୋଲି କହିଛନ୍ତି । ଏହି ଅବସରେ ସେ ନବରାତ୍ର, ଦଶହରା, ଇଦ, ଗୁରୁନାନକ ଜୟନ୍ତୀ ଏବଂ ଛଟପୂଜାର ଶୁଭେଚ୍ଛା ଦେଇଛନ୍ତି ।