ଚିକାଗୋ, ୨୧/୧୦ : ଆମେରିକାର ଚିକାଗୋରେ ଅନଲାଇନ କ୍ଲାସ ସମୟରେ ଜଣେ ୭ ବର୍ଷୀୟା ଶିଶୁକୁ ଯୌନ ନିର୍ଯାତନା ଦିଆଯାଇଛି। ରିପୋର୍ଟ ଅନୁସାରେ ପଶ୍ଚିମ ଚେଷ୍ଟରଫିଲ୍ଡରେ ଅନଲାଇନ କ୍ଲାସରେ ବ୍ରେକ ସମୟରେ ଏହି ଘଟଣା ଘଟିଛି । ଶିଶୁକୁ ଯୌନ ଉତ୍ପୀଡ଼ନ କରିବା ପୂର୍ବରୁ ଅନଲାଇନରେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଭିଡିଓ ମ୍ୟୁଟ ଓ କ୍ୟାମେରା ବନ୍ଦ କରିବାକୁ କହିଥିଲେ ।
ବ୍ରେକ ସମୟରେ ପୀଡ଼ିତ ଶିଶୁର କ୍ୟାମେରା ଅନ ରହିଥିଲା ଏବଂ ଶିକ୍ଷକଙ୍କ ବ୍ୟତୀତ କିଛି ଛାତ୍ରଛାତ୍ରୀ ଏହି ଘଟଣାକୁ ଦେଖିଥିଲେ । ଏହି ଘଟଣା ନେଇ ପୋଲିସକୁ ଶିକ୍ଷକ ସୂଚନା ଦେଇଥିଲେ । ପୋଲିସ ସନ୍ଦିଗ୍ଧକୁ ଧରିବା ଲାଗି ପୀଡିତଙ୍କ ଘରେ ଚଢ଼ାଉ କରିଥିଲା । ସେହି ସମୟରେ ଶିଶୁ କାନ୍ଦୁଥିଲା ଏବଂ ମୋତେ ଜଣାନାହିଁ ଯେ, କ’ଣ ହେଉଛି । ଅଭିଯୁକ୍ତର ନାମ କ୍ୟାଟରେଲ ଏ ୱାଲସ (୧୮) । ଅଭିଯୁକ୍ତ ନାଁରେ ୧୩ ବର୍ଷ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା । ଅଭିଯୁକ୍ତ ବିଗତ ଏକ ବର୍ଷ ହେବ ଶିଶୁକୁ ଯୌନ ଉତ୍ପୀଡ଼ନ କରିଆସୁଥିଲା ।