ପଦ୍ମପୁରରୁ ଗଞେଇ ଜବତ, ତିନି ଗିରଫ

ପଦ୍ମପୁର : ପଦ୍ମପୁର ନିକଟରୁ ୬୧ କେଜି ଗଞେଇ ଜବତ ହୋଇଛି । ଦାମୀ କାର୍ ସହ ତିନି ଜଣଙ୍କୁ ଗିରଫ କରିଛି ପଦ୍ମପୁର ପୁଲିସ । ବୌଦ୍ଧ ଅଞ୍ଚଳରୁ ଏହି ଗଂଜେଇ ଛତିଶଗଡ଼ ଚାଲାଣ ହେଉଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ପୁଲିସ ଗଞ୍ଜେଇ ଓ କାର ଜବତ କରି ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ଜମଲା ଗ୍ରାମର ସହଦେବ ମେହେର (୫୩), ମଧ୍ୟ ପ୍ରଦେଶ ରାଜ୍ୟ ହରଦିଆ ଗ୍ରାମର ଶୁକଦେବ ଓରଫ ପପ୍ପୁ ଝରିଆ (୩୮)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକକୁ ସୁଧାର ଗୃହକୁ ପଠାଇଛି । ଅଭିଯୁକ୍ତ ବ୍ୟବହାର କରିଥିବା କାର, ବାଇକ, ୨ଟି ମୋବାଇଲ,୨ହଜାର ଟଙ୍କା ସହ ଗଞେଇକୁ ପୁଲିସ ଜବତ କରିଛି ।