ବାମରା, ୨୧/୧୦ : ବାମରା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ଜରାବଗା ପଞ୍ଚାୟତ ଲପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଜମିବିବାଦକୁ ନେଇ ଟ୍ରିପଲ ମର୍ଡର ହୋଇଛି। ଅଭିଯୁକ୍ତ ବାପ-ପୁଅ ମିଶି ପ୍ରଥମେ ଧାନକ୍ଷେତରେ ଜ୍ବାଇଁକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବାବେଳେ ପରେ ଗାଁ ଦାଣ୍ଡରେ ମାଁ ଓ ଝିଅକୁ ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ ବାପ-ପୁଅକୁ ଗିରଫ କରିବା ସହ ତନାଘନା ଆରମ୍ଭ କରିଛି। ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଏବଂ ମୃତ ସ୍ବାମୀ-ସ୍ତ୍ରୀଙ୍କ ପୁଅ ଝିଅଙ୍କୁ ଆର୍ଥିକ ସହାୟତା ଦାବି କରିଛନ୍ତି।
ମୃତକ ହେଲେ ଝିଅ ସାବିତ୍ରୀ ବେହେରା, ଜ୍ବାଇଁ ଗିରିଧାରୀ ବେହେରା ଏବଂ ଶାଶୁ ହୀରାବତୀ ବେହେରା। ଅଭିଯୁକ୍ତ ପଡୋଶୀ ନନୀନ ଦେହେରୀ ଟିଙ୍ଗିଆରେ ହାଣି ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।