ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ ଚାଲିଛି ପଚରାଉଚରା

ଭୁବନେଶ୍ୱର, ୨୧/୧୦ : ରାଜଧାନୀ ଭୁବନେଶ୍ୱରର ଖଣ୍ଡିଗିରିରୁ ଜଣ ଯୁବକଙ୍କୁ ଉଠାଇ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । କେଉଁ ଲିଙ୍କରେ ଉଠାଇ ନେଇଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ବନ୍ଧୁକ ଡିଲ୍‌ ଲିଙ୍କ୍‌ ସନ୍ଦେହରେ ଯୁବକଙ୍କୁ ଉଠାଇ ନିଆଯାଇଛି ବୋଲି ଅନୁମାନ କରାଯାଉଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

ବ୍ୟକ୍ତିଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି । କ୍ରାଇମବ୍ରାଞ୍ଚ ଓ NIA କରୁଛନ୍ତି ମିଳିତ ଜେରା କରୁଥିବାର ମଧ୍ୟ ସୂଚନା ରହିଛି । ତେବେ ଅଟକ ଥିବା ଯୁବକଙ୍କ ନିକଟରୁ ମୋବାଇଲ ଓ ଲାପ୍‌ଟପ ମଧ୍ୟ ଜବତ କରିଥିବାର ସୂଚନା ରହିଛି ।