ପାଟନା,୨୧/୧୦: ବିହାର ବିଧାନସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢିବାରେ ଲାଗିଛି। ଅକ୍ଟୋବର ୨୮ ତାରିଖ ଦିନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ୧୦୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩୧ ପ୍ରତିଶ ଅର୍ଥାତ ୩୨୮ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଥିବା ସେମାନଙ୍କ ପ୍ରାର୍ଥୀପତ୍ର ସହ ଦାଖଲ ସତ୍ୟାପାଠରୁ ଜଣାପଡିଛି।
ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାୟ ସବୁ ଦଳ ଟିକେଟ୍ ଦେଇଛନ୍ତି। ତେବେ ଏଥିରେ ତେଜସ୍ୱୀଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏପରି ନେତାଙ୍କୁ ସର୍ବାଧିକ ଟିକେଟ୍ ଦେଇଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର୍ସ (ଏଡିଆର)ଙ୍କ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରୁ ବିଭିନ୍ନ ରାଜନୈତିକ ଦଳଙ୍କ ୨୩ ପ୍ରତିଶତ ଅର୍ଥାତ ୨୪୪ ଜଣ ଏପରି ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଗୁରୁତର ଅପରାଧୀକ ଅଭିଯୋଗ ମଧ୍ୟ ରହିଛି।