ମହାରାଷ୍ଟ୍ରରେ ବିନା ଅନୁମତିରେ ତଦନ୍ତ କରି ପାରିବ ନାହିଁ ସିବିଆଇ, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ମୁମ୍ବାଇ, ୨୨/୧୦ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମହାରାଷ୍ଟ୍ରରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ କୌଣସି ମାମଲାର ଯାଞ୍ଚ କରି ପାରିବ ନାହିଁ। ମହାରାଷ୍ଟ୍ର ସରକାର ଆଦେଶ ଜାରି କରି କହିଛନ୍ତି ରାଜ୍ୟରେ ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରାଯାଉଛି। ଏହି କାରଣରୁ ମହାରାଷ୍ଟ୍ରରେ ପ୍ରତିଟି କେସର ତଦନ୍ତ ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥାକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ହେଲେ ବର୍ତ୍ତମାନ କେସ୍‌ରେ ସିବିଆଇର ଛାନବିନରେ କୌଣସି ପ୍ରଭାବ ନାହିଁ।

ମହାରାଷ୍ଟ୍ର ସରକାର ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ପ୍ରତିଷ୍ଠାନର ସଦସ୍ୟକୁ ଏକ ଆଇନ ଭାବେ ରାଜ୍ୟରେ ଶକ୍ତି ଓ ନ୍ୟାୟକ୍ଷେତ୍ରର ବ୍ୟବହାରର ସହମତିକୁ ଫେରାଇ ନେଇଥିବା ସଂପର୍କୀତ ଆଦେଶ ବୁଧବାର ଜାରି କରିଛନ୍ତି । ଏହା ପରେ ସିବିଆଇକୁ ଏବେ ରାଜ୍ୟରେ ଶକ୍ତି ଏବଂ ନ୍ୟାୟକ୍ଷେତ୍ରର ବ୍ୟବହାର କରିବା ଲାଗି ସାଧାରଣ ସହମତି ହେବ ନାହିଁ, ଯାହାକି ମହାରାଷ୍ଟ୍ର ସରକାର ଦ୍ୱାରା ୧୯୮୯ ଫେବୃୟାରୀ ୨୨ରେ ଜାରି ଆଦେଶ ଅନୁସାରେ ଦିଆଯାଇଥିଲା । ଏବେ କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ।