ପଶ୍ଚିମବଙ୍ଗକୁ ଗୋଚାଲାଣ ବେଳେ ଗୋରୁ ବୋଝେଇ କଣ୍ଟେନର ଜବତ, ୫୨ ଗୋରୁ ଉଦ୍ଧାର

କରଞ୍ଜିଆ, ୨୨/୧୦: ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଏକ କଣ୍ଟେନରକୁ ଜବତ କରଯାଇଛି। କଣ୍ଟେନରଟିରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଜଶୀପୁର ଥାନା ୪୯ ନଂ ଜାତୀୟ ରାଜପଥ ପଦ୍ମପୁର ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଗାଡିରେ ଥିବା ୫୨ଟି ଗୋରୁକୁ କରଞ୍ଜିଆ ଗୋଶାଳାକୁ ହସ୍ତାନ୍ତର କରାଯାଇଛି ।