ରାଜ୍ୟରେ ଆଜି ୧,୯୧୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୯୪କୁ ବୃଦ୍ଧି,ମୃତ୍ୟୁ ସଂଖ୍ୟା ୧୧୯୬
ଭୁବନେଶ୍ବର,୨୨/୧୦: ଆଜି ରାଜ୍ୟରେ ୧୯୧୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୮୦୪ ଆକ୍ରାନ୍ତ ଅଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୯୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୨୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୩, ଗଞ୍ଜାମ ଜିଲ୍ଲାରୁ ୨୮, ବଲାଙ୍ଗୀର ଜିଲ୍ଲାରୁ ୬୩, ବାଲେଶ୍ବର ଜିଲ୍ଲାରୁ ୭୩, କୋରାପୁଟ ଜିଲ୍ଲାରୁ ୫୪, ଭଦ୍ରକରୁ ୪୬, ରାୟଗଡ଼ା ଜିଲ୍ଲାରୁ ୧୪, ପୁରୀ ଜିଲ୍ଲାରୁ ୫୫, ସୁନ୍ଦରଗଡ଼ ଜିଲ୍ଲାରୁ ୯୯, ଜଗତସିଂହପୁର ଜିଲ୍ଲାରୁ ୯୯, ସମ୍ବଲପୁର ଜିଲ୍ଲାରୁ ୫୦, କଳାହାଣ୍ଡି ଜିଲ୍ଲାରୁ ୮୨, ଯାଜପୁର ଜିଲ୍ଲାରୁ ୭୨, କନ୍ଧମାଳ ଜିଲ୍ଲାରୁ ୪୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୧, ମାଲକାନଗିରି ଜିଲ୍ଲାରୁ ୧୬, ଗଜପତି ଜିଲ୍ଲାରୁ ୪, ମୟୂରଭଞ୍ଜ ଜିଲ୍ଲାରୁ ୯୨ , ଝାରସୁଗୁଡ଼ା ଜିଲ୍ଲାରୁ ୪୮, ଢେଙ୍କାନାଳ ଜିଲ୍ଲାରୁ ୪୮, ନବରଙ୍ଗପୁର ଜିଲ୍ଲାରୁ ୪୧, କେନ୍ଦୁଝର ଜିଲ୍ଲାରୁ ୭୪, ସୁବର୍ଣ୍ଣପୁର ଜିଲ୍ଲାରୁ ୨୦, ଅନୁଗୁଳ ଜିଲ୍ଲାରୁ ୧୦୬, ବରଗଡ଼ ଜିଲ୍ଲାରୁ ୬୩, ନୂଆପଡ଼ା ଜିଲ୍ଲାରୁ ୬୩, ଦେବଗଡ଼ରୁ ୫ ଓ ବୌଦ୍ଧ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।ଏବେ ରାଜ୍ୟରେ ମୋଟ୍ ୨,୫୪,୯୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯,୯୩୨ ରହିଛି।