ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ବେଳେ ବୃଦ୍ଧାକୁ ଉଦ୍ଧାର କଲେ ଗ୍ରାମବାସୀ

ମହାକାଳପଡ଼ା,୨୨ /୧୦- (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତେରଗାଁ ପଂଚାୟତସ୍ଥ ମାର୍ଶାଘାଇ ଥାନା ଅଂଚଳର ନୂଆଗାଁର ନୟନା ପାଳ ୭୦ ବର୍ଷ ବୟସରେ ନିଜକୁ ଅସହାୟ ଅନୁଭବ କରନ୍ତି । ଏନେଇ ଆଜି ବାଳକୃଷ୍ଣ ପାଳଙ୍କ ପତ୍ନୀ ନୟନା ବୟସର ଅପରାହ୍ନରେ ନିଜଉପରେ ଭରଷା ହରାଇ ଏପରି ଭୁଲ ନିଷ୍ପତ୍ତି ନେଇଛନ୍ତି । ଯାହା ନେଇ ବୁଧବାର ଦିନ ବୃଦ୍ଧା ନୟନା ତେରଗାଁ ଘାଟ ପାଖ ଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା କରି ବାକୁ ଉଦ୍ୟମ କରୁଥିଲେ । ଏହାଦେଖି ଘାଟ ପାଖରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ବରିଷ୍ଠ ନାଗରିକମାନଙ୍କୁ ସହଯୋଗ ଓ ସହାନୁଭୂତି ନିମନ୍ତେ ସାମାଜିକ ସୁରକ୍ଷା ବିଭାଗୀୟ ବ୍ୟବସ୍ଥା ଥିବା ବେଳେ ମହାକାଳପଡ଼ା ବ୍ଲକରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ଯାହାର ଉଦାହରଣ ଭାବେ ନୟନା ପାଳ ପ୍ରାପ୍ତ ବୟସ ରେ ସରକାରୀ,ଓ ପାରିବାରିକ ସହାୟତା ଶୂନ୍ୟ ହୋଇ ପଡିବାରୁ ଏଭଳି ପନ୍ଥା ବାଛିଥିବାର ଜଣାପଡିଛି ।