ନୂଆଦିଲ୍ଲୀ : ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ହସପିଟାଲରେ ଭର୍ତ୍ତି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, କପିଲ ଦେବଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ସୂଚନା ମିଳିପାରିନାହିଁ। ତେବେ କପିଲଙ୍କ ହୃଦଘାତ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ଖୁବଶୀଘ୍ର ଆରୋଗ୍ୟ ହେବା କାମନା କରିଛନ୍ତି।
୨୫ ଜୁନ୍ ୧୯୮୩ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୁଇଥର ଚାମ୍ପିଆନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଟିମକୁ ଫାଇନାଲରେ ପରାସ୍ତ କରିଥିଲା। ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ଫାଇନାଲରେ ଭାରତ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳକୁ ୪୩ ରନରେ ପରାସ୍ତ କରିଥିଲା।