ନୂଆଦିଲ୍ଲୀ : ଭାରତ ବାୟୋଟେକ ଦ୍ବାରା ବିକଶିତ କରାଯାଉଥିବା କରୋନା ଭାକ୍ସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଡ଼ିସିଜିଆଇ ଅନୁମତି ଦେଇଛି।
ଟୀକା ପରୀକ୍ଷଣର ଏହି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଆସନ୍ତା ମାସର ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହି ଟିକା ୧୮ ବର୍ଷରୁ ଅଧିକ ୨୮ ହଜାରରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷା କରାଯିବ। ଦିଲ୍ଲୀ, ମୁମ୍ବାଇ, ପାଟନା ଏବଂ ଲକ୍ଷ୍ନୌ ସମେତ ଦଶଟି ରାଜ୍ୟ ଏବଂ ୧୯ଟି ସ୍ଥାନରେ ଏହା ପରୀକ୍ଷା କରାଯିବ। କୋଭାକ୍ସିନ ବ୍ୟତୀତ, ଜିଡସ୍ କ୍ୟାଡିଲା ଲିମିଟେଡ୍ ଦ୍ୱାରା ସ୍ୱଦେଶୀ ଭାବରେ ନିର୍ମିତ ଅନ୍ୟ ଏକ ଟିକା ଏବେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି।