ରାଉରକେଲା, ୨୩/୧୦: ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହା ସହ ସହରର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ବାଇକ ମଧ୍ୟରୁ ୭ଟି ବାଇକ ଉଦ୍ଧାର କରିବା ସହ ଦୁଇ ବାଇକ୍ ଲୁଟେରାକୁ ଗିରଫ କରିଛି । ଏହା ସହ ପୁଲିସ ବାଇକରେ ବ୍ୟବହୃତ ହେଉଥିବା ଅନେକ ଯନ୍ତ୍ରାଂଶ ମଧ୍ୟ ଜବତ କରିଛି। ପୁଲିସ ମାମଲା ରୁଜୁ କରି ତଦନ୍ତକୁ ଆହୁରି ବ୍ୟାପକ କରିଛି।
ଗିରଫ ଦୁଇ ବାଇକ୍ ଲୁଟେରା ହେଉଛନ୍ତି ରାହୁଲ ସାହା ଓ ଅନୁପ କୁମାର। ଉଭୟଙ୍କ ଘର ଗାନ୍ଧୀ ରୋଡ଼ ଅଞ୍ଚଳରେ। ଏହି ଦୁଇ ବାଇକ ଲୁଟେରା ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଅଭିନବ ଉପାୟରେ ବାଇକ ଚୋରି କରି ପାର୍ଟ ଖୋଲି ବିକ୍ରି କରୁଥିଲେ । ସେମାନଙ୍କ ବିରୋଧରେ ପୂର୍ବରୁ ଅନେକ ଥାନାରେ ମାମଲା ରୁଜୁ ହୋଇଥିବା କୁହାଯାଇଛି।