ଭୁବନେଶ୍ୱର,୨୪ /୧୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଦୁର୍ଗାପୂଜା ଅବସରରେ ଓଡ଼ିଶାବାସୀଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇଛନ୍ତି। ମା’ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉଲ୍ଲାସ ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ ଶାରଦୀୟ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଛନ୍ତି। ସମସ୍ତଙ୍କ ମିଳିତ ଉଦ୍ୟମରୁ ରାଜ୍ୟରେ କୋଭିଡ୍ ସଂକ୍ରମଣ ନିମ୍ନଗାମୀ ହେଉଥିଲେ ମଧ୍ୟ ପାର୍ବଣ ଋତୁରେ ସଂପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।