ନୂଆଦିଲ୍ଲୀ, ୨୮/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୪୨ ଲକ୍ଷ ୩୪ ହଜାର ୧୮୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୭୧ ହଜାର ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୨୪ ଲକ୍ଷ ୪୦ ହଜାର ୯୯୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୬ ଲକ୍ଷ ୨୧ ହଜାର ୯୩୦ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭୯ ହଜାର ୮୮୧ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୩୭ ହଜାର ୯୫୧ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୩୨ ହଜାର ୮୫ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୮ ଲକ୍ଷ ୭୬ ହଜାର ୭୪୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୯ ଲକ୍ଷ ୨୯ ହଜାର ୧୨୬। ଏଥିରୁ ୧୬ ହଜାର ୭୪୮ ଜଣ ଗୁରୁତର ଅଛନ୍ତି ।