ଅଭିନନ୍ଦନଙ୍କୁ ମୁକ୍ତ କରନ୍ତୁ, ନହେଲେ ଭାରତ ରାତି ୯ଟା ରେ ଆକ୍ରମଣ କରିବ-ଏମିତି କହିଥିଲେ ପାକିସ୍ତାନ ବିଦେଶ ମନ୍ତ୍ରୀ

ଇସଲାମାବାଦ, ୨୯/୧୦ : ମାର୍ଚ୍ଚ ୨୦୧୯ରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବା ଉପରେ ଭାରତର କଠୋର ଆଭିମୁଖ୍ୟ ଉପରେ ଏକ ବଡ଼ ଖୁଲାସା କରିଛନ୍ତି ପାକିସ୍ତାନୀ ସାଂସଦ ଆୟାଜ ସାଦିକ । ତାଙ୍କ ମନ୍ତବ୍ୟ ପାକିସ୍ତାନ ରାଜନୀତିରେ ଏକ ନୂଆ ଝଡ ଆଣିପାରେ | ଏହି ସାଂସଦ କହିଛନ୍ତି ଯେ ଯଦି ଅଭିନନ୍ଦନଙ୍କୁ ମୁକ୍ତ କରାଯାଇନଥାନ୍ତା ତେବେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ପ୍ରସ୍ତୁତ ଥିଲା।

ଆୟାଜ ଦାବି କରିଛନ୍ତି ଯେ, ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ସଂକଟରେ ଥିଲେ । କ୍ୟୁରେଶୀ କହିଥିଲେ ଯେ, ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ଏବଂ ଏଥିପାଇଁ ଛାଡିବା ଦରକାର ।

ଆୟାଜ ସଂସଦରେ ନିଜର ଭାଷଣରେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଶାହ ମହମ୍ମଦ କ୍ୟୁରେଶୀ ଓ ସେନା ମୁଖ୍ୟ ସେହି ବୈଠକରେ ଥିଲେ । କ୍ୟୁରେଶୀ କହିଥିଲେ, ଅଭିନନ୍ଦନଙ୍କୁ ଯିବାକୁ ଦିଆଯାଉ । ଏହା ଭଗବାନଙ୍କ ଇଚ୍ଛା । ଭାରତ ରାତି ୯ଟାରେ ଆକ୍ରମଣ କରିବାକୁ ଯାଉଛି । ଇମରାନ ଖାଁ ଏହି ବୈଠକକୁ ଆସିବାକୁ ମନା କରିଦେଇଥିଲେ । ଆୟାଜ କହିଛନ୍ତି, ହିନ୍ଦୁସ୍ତାନ ଆକ୍ରମଣ କରିବ ନାହିଁ । ସରକାରଙ୍କୁ କେବଳ ଆଣ୍ଠୁମାଡ଼ି ଅଭିନନ୍ଦନଙ୍କୁ ପଠାଇବାର ଅଛି । ସେହି ବୈଠକରେ କ୍ୟୁରେଶୀ କମ୍ପୁଥିଲେ । କାରଣ ଅଭିନନ୍ଦନଙ୍କୁ ନଛାଡ଼ିଲେ ଭାରତ ମଧ୍ୟରାତ୍ରୀରେ ଆକ୍ରମଣ କରିବ ।

ସୂଚନାଯୋଗ୍ୟ, ଗତ ବର୍ଷ ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେ ପାକିସ୍ତାନ ଅଧିକୃତ କଶ୍ମୀରରେ ଫସିଯାଇଥିଲେ । ସେଠାରେ ପାକିସ୍ତାନ ସୈନିକ ତାଙ୍କୁ ଧରିଥିଲେ । ସେମାନେ ମାନସିକ ରୂପେ ଅଭିନନ୍ଦନକୁ ବିବ୍ରତ କରାଇବାକୁ ଚାହିଁଥିଲେ । ମାତ୍ର ସଫଳ ହୋଇପାରି ନଥିଲେ । ଶେଷରେ ଅଭିନନ୍ଦନଙ୍କୁ ପାକିସ୍ତାନ ମାର୍ଚ୍ଚ ୧ ତାରିଖରେ ଅଟାରୀ-ୱାଘା ସୀମାରେ ଭାରତ ଯିବାକୁ ଛାଡିଦେଇଥିଲା ।