ମାଛ ଖାଇବାକୁ ଆସି ଜାଲରେ ପଡ଼ିଲା ୧୦ ଫୁଟ ଲମ୍ବର ଅଜଗର

ବାଲେଶ୍ୱର, ୨୯/୧୦ : ବାଲେଶ୍ୱର ଜିଲା ଖଇରା ବ୍ଲକ୍ ଅନ୍ତର୍ଗତ ନୂଆସାହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଜାଲରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ପ୍ରାୟ ଦଶ ଫୁଟ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନୂଆସାହିର ଗ୍ରାମର ଭଗିଆ ହାତୀ ମାଛ ଧରିବା ପାଇଁ ନଦୀରେ ଜାଲ ପକାଇଥିବା ବେଳେ ଜାଲରେ ୧୦ ଫୁଟ ଲମ୍ବର ଅଜଗର ସାପ ଛନ୍ଦି ହୋଇଯାଇଥିଲା । ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥଲେ । ସାପଟିକୁ ଦେଖିବା ପାଇଁ ଗାଁରେ ଭିଡ ଦେଖିବାକୁ ମିଳିଥିଲା । ଖବର ପାଇଁ ବନ୍ୟ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଛନ୍ତି।