ଜାମ୍ମୁକାଶ୍ମୀର, ୨୯/୧୦ : ଜାମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ଆଜି ତିନିଜଣ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏହି ତିନିଜଣ ନିଜ ଘରକୁ ଯାଉଥିବାବେଳେ ଆତଙ୍କବାଦୀମାନେ ଏହି ଘଟଣା ଘଟାଇଛନ୍ତି।
ନିହତ ହୋଇଥିବା ନେତାମାନଙ୍କ ମଧ୍ୟରେ ବିଜେପି ଯୁବମୋର୍ଚା ମହାସଚିବ ଫିଦା ହୁସେନ, ତାଙ୍କର ସହଯୋଗ ରସିଦ ବେଗ ଓ ଉମର ରମଜାନ ହାଜମ ରହିଛନ୍ତି । ଏହି ଆକ୍ରମଣ ଓ ହତ୍ୟାକାଣ୍ଡପରେ ପୁରା ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ପୋଲିସ ଏବଂ ସେନା ସମଗ୍ର ଅଞ୍ଚଳକୁ ନେଇ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଏଥି ସହିତ ପୋଲିସ ଏହି ମାମଲାରେ ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।