ନୂଆଦିଲ୍ଲୀ, ୩୦/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ। ଏହି ଅବସରରେ ସେ ଗତକାଲି ପରଲୋକ ହୋଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଘରକୁ ଯିବେ ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ପିଏମ ମୋଦି ଦିନ ୧୨ଟାରେ କେଭଡିଆରେ ଆରୋଗ୍ୟ ଓ୍ବାନ ଓ ଆରୋଗ୍ୟ କୁଟୀର ଉଦଘାଟଠନ କରିବେ। ଏହା ପରେ ଦିନ ୧ଟାରେ ସେ ଏକତା ମଲର ଲୋକାର୍ପଣ କରିବେ। ତା’ପରେ ମୋଦି ଚିଲଡେନ ନ୍ୟୁଟିସ୍ରନ ପାର୍କ ପରିଦର୍ଶନ କରିବେ। ଏହି ସମୟରେ ସେ ଅହମଦାବାଦରେ ନିଜର ମା’ଙ୍କୁ ଭେଟିପାରନ୍ତି ।
କରୋନା ସଂକ୍ରମଣ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗ୍ରସ୍ତ ହେବ। ସେ ସର୍ଦାର ପଟେଲ ଜୁଲୋଜିକାଲ ପାର୍କ ଜଙ୍ଗଲ ସଫାରି ଉଦଘାଟନ କରିବେ ଯାହା ଭାରତର ଲୌହ ପୁରୁଷଙ୍କ ୧୮୨ ମିଟର ପ୍ରତିମୂର୍ତି ପାଖରେ ରହିଛି। କେଭାଡିଆରେ ରାତ୍ରି ପ୍ରବାସ କରିପାରନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।
ଆସନ୍ତାକାଲି ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ଆରୋଗ୍ୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହା ପରେ ଷ୍ଟାଚ୍ୟୁ ଅଫ ୟୁନିଟ ପାଦରେ ପୂଜା କରିବେ ।
ସୂଚନାଯୋଗ୍ୟ ଗୁରୁବାର ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଥିଲା। ଦୀର୍ଘ ଦିନ ସେ ଅସୁସ୍ଥ ଥିଲେ। କେଶୁଭାଇ ୧୯୯୫ ଓ ୧୯୯୮ରୁ ୨୦୦୧ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ପରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ହୋଇଥିଲେ।