ରାଜ୍ୟରୁ ଆଜି ୧୫୪୭ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬

ଭୁବନେଶ୍ବର,୩୦ /୧୦ : ରାଜ୍ୟରୁ ଶୁକ୍ରବାର ଆଉ ୧୫୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୫୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୪, ଗଞ୍ଜାମ ଜିଲ୍ଲାରୁ୨୪, ବଲାଙ୍ଗୀର ଜିଲ୍ଲାରୁ ୭୯, ବାଲେଶ୍ବର ଜିଲ୍ଲାରୁ ୭୯, କୋରାପୁଟ ଜିଲ୍ଲାରୁ ୩୭, ଭଦ୍ରକରୁ ୪୩, ରାୟଗଡ଼ା ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୫୯, ସୁନ୍ଦରଗଡ଼ ଜିଲ୍ଲାରୁ ୫୮, ଜଗତସିଂହପୁର ଜିଲ୍ଲାରୁ ୮୯, ସମ୍ବଲପୁର ଜିଲ୍ଲାରୁ ୨୩, କଳାହାଣ୍ଡି ଜିଲ୍ଲାରୁ ୩୭, ଯାଜପୁର ଜିଲ୍ଲାରୁ ୭୦, କନ୍ଧମାଳ ଜିଲ୍ଲାରୁ ୨୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୧, ମାଲକାନଗିରି ଜିଲ୍ଲାରୁ ୧୭, ଗଜପତି ଜିଲ୍ଲାରୁ ୮, ମୟୂରଭଞ୍ଜ ଜିଲ୍ଲାରୁ ୮୮ , ଝାରସୁଗୁଡ଼ା ଜିଲ୍ଲାରୁ ୩୭, ଢେଙ୍କାନାଳ ଜିଲ୍ଲାରୁ ୪୦, ନବରଙ୍ଗପୁର ଜିଲ୍ଲାରୁ ୩୦, କେନ୍ଦୁଝର ଜିଲ୍ଲାରୁ ୭୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୯୫, ବରଗଡ଼ ଜିଲ୍ଲାରୁ ୩୫, ନୂଆପଡ଼ା ଜିଲ୍ଲାରୁ ୫୯, ଦେବଗଡ଼ରୁ ୧୭ ଓ ବୌଦ୍ଧ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।