ଲଣ୍ଡନ: ଇଂଲଣ୍ଡକୁ ପୁଣି ଫେରିଲା ଲକଡାଉନ । ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ଇଂଲଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ୪ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ଅବଧି ନଭେମ୍ବର ୫ରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ଏହି ମାସିକିଆ ଲକଡାଉନ୍ ଦ୍ୱାରା ଏବେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଓ ଦୈନନ୍ଦିକ ଜୀବିକା ଉପରେ କଟକଣା ଲଗାଯାଇଛି। ପିଏମ୍ ଜନସନ୍ କହିଛନ୍ତି, ଚାରି ସପ୍ତାହ ପରେ ସ୍ଥିତି ସମୀକ୍ଷା କରାଯିବ ଏବଂ ଲକଡାଉନକୁ ଆଗକୁ ବଢ଼ାଯିବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ।