ଶ୍ରୀନଗର, ୧/୧୧: ଶ୍ରୀନଗର ଜିଲ୍ଲାର ରଙ୍ଗରେଥ ଅଞ୍ଚଳରେ ହୋଇଥିବା ଏନ୍କାଉଣ୍ଟର୍ରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ ମୁଜାହିଦୀନ୍ର ନୂତନ ମୁଖ୍ୟ ଡକ୍ଟର ସୈଫୁଲ୍ଲା ମିର୍ ଓରଫ୍ ଗାଜି ହାଇଦର୍ ନିହତ ହୋଇଛି । ଏହି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦେଶକ ଦିଲବାଗ ସିଂହ।
ମିଳିଥିବା ସୂଚନା ଅନୁସାରେ ନିକଟରେ ଜାମ୍ମୁ କାଶ୍ମୀରରେ ୩ ବିଜେପି ନେତାଙ୍କୁ ହତ୍ୟା କରିବା ପଛରେ ସୈଫୁଲ୍ଲାର ହାତ ଥିଲା। ସେନା କେବଳ ୭୨ ଘଣ୍ଟାରେ ବିଜେପି ନେତାଙ୍କ ହତ୍ୟାକରୀକୁ ସଫା କରିଛି।
ଶ୍ରୀନଗର ଜିଲ୍ଲାର ରଂଗରେତ ଅଞ୍ଚଳରେ ସେନା ଓ ମାଓବାଦୀ ଗୁଳି ବିନିମୟ ବେଳେ ସୈଫୁଲ୍ଲାର ମୃତ୍ୟୁ ହୋଇଛି। ଏହାସହ ସୈଫୁଲ୍ଲାର ଜଣେ ସାଥିକୁ ଜୀବିତ ଧରିବାରେ ସକ୍ଷମ ହୋଇଛି ସେନା। ହିଜବୁଲ ଚଳିତ ବର୍ଷ ସୈଫୁଲ୍ଲାକୁ ମୁଖ୍ୟ କରିଥିଲା । ରିୟାଜ ନାୟିକୁ ମଲା ପରେ ସୈଫୁଲ୍ଲା ମୁଖ୍ୟ ହୋଇଥିଲା। ତେବେ ଏବେ ବି ରଂଗରେତରେ ସେନା ଅପରସେନ ଜାରି ରହିଛି।