ଭୁବନେଶ୍ୱର, ୧/୧୧ : ଭିକାରୀର ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ଦେଢ କୋଟି ଟଙ୍କା। ଏହା ସହ ସେ ୫ଟି ଘରର ମାଲିକାଣୀ ମଧ୍ୟ।
ଗଲ୍ଫ ନ୍ୟୁଜ୍ରେ ପ୍ରକାଶିତ ଏକ ଖବର ଅନୁସାରେ ୫୭ ବର୍ଷୀୟା ବୃଦ୍ଧା ହ୍ବିଲ୍ ଚେୟାରରେ ବସି ଭିକ ମାଗୁଥିଲା। ହ୍ବିଲ୍ ଚେୟାରରେ ବସୁଥିଲା ସତ କିନ୍ତୁ ସେ ଛୋଟା ନଥିଲା। ତେବେ ବୃଦ୍ଧା ଜଣକ ଇଜିପ୍ଟର ବୋଲି ଜଣାପଡ଼ିଛି। ଇଜିପ୍ଟର ବିଭିନ୍ନ ସହରରେ ଭିକ୍ଷାବୃତ୍ତି କରି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଏକ କୋଟି ୪୨ ଲକ୍ଷ ଟଙ୍କା ଜମା କରିଥିଲା। ଏହାସହ ସେ ୫ଟି ଦୋକାନର ମାଲିକାଣୀ ବି ଥିଲା।
ବୃଦ୍ଧା ଭିକାରୁଣୀର ନାଁ ନଫିସା ବୋଲି କୁହାଯାଉଛି। ନଫିସାର କଳା କାରନାମା ତାର ଛୋଟା ହେବାର ଅଭିନୟ ଧରାପଡ଼ିବା ପରେ ଜଣାପଡ଼ିଲା। ନିଜକୁ ଛୋଟା ବୋଲି କହି ଟଙ୍କା ମାଗୁଥିଲା ନଫିସା। କିନ୍ତୁ ପରେ ନିଜ ଗୋଡ଼ରେ ଚାଲୁଥିଲା। ଏଭଳି ଅଭନୟ ଦେଖିବା ପରେ ଜଣେ ଲୋକଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ କହିଥିଲେ। ପରେ ପୋଲିସ ପହଞ୍ଚି ଯାଞ୍ଚ କରିବାରୁ ସବୁ ସତ ଜଣାପଡ଼ିଥିଲା। ଏବେ ପୋଲିସ ଭିକାରୁଣୀକୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।