ନୂଆଦିଲ୍ଲୀ, ୨/୧୧ : ସେଲଫ୍ କ୍ବାରେଣ୍ଟାଇନରେ ରହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାରୁ ସେ କିଛି ଦିନ ପାଇଁ ସେଲଫ୍ କ୍ବାରେଣ୍ଟାଇନରେ ରହିବେ ବୋଲି ଘୋଷଣା କରିଛନ୍ତି।
ଟୁଇଟ୍ରେ ସେ ଲେଖିଛନ୍ତି ଯେ, ‘ମୁଁ କୋଭିଡ ପଜିଟିଭ୍ ଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛି। ମୁଁ ସୁସ୍ଥ ଅଛି ଏବଂ ମୋ ପାଖରେ କିଛି ଲକ୍ଷଣ ନାହିଁ କିନ୍ତୁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ୍ ଅନୁଯାୟୀ ମୁଁ ନିଜକୁ ସେଲଫ୍ କ୍ବାରେଣ୍ଟାଇନ କରୁଛି। ସେଲଫ୍ କ୍ବାରେଣ୍ଟାଇନ ସମୟରେ ମୁଁ ଘରୁ କାମ କରିଛି ବୋଲି ଡ଼. ଟେଡ଼୍ରୋସ ଘେବ୍ରିୟସ କହିଛନ୍ତି।