ଆନନ୍ଦପୁର, ୨/୧୧ : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରକ ସଜାଡ଼ିବା ବେଳେ ହେଲ୍ପରଙ୍କ ଉପରେ ଏକ ଟ୍ରକ ଚଢ଼ିଯାଇଛି । ଫଳରେ ୨ଜଣ ହେଲ୍ପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ, ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟ ଟ୍ରକର ଚକା ପମ୍ପଚର ହେବାରୁ ରାସ୍ତା କଡ଼ରେ ଗାଡି ରଖି ଚକା ବଦଳାଉଥିଲେ ୨ ଜଣ ହେଲ୍ପର । ଠିକ୍ ଏହି ସମୟରେ ପଛପଟୁ ଦ୍ରୁତଗତି ଆସୁଥିବା ଏକ ଟ୍ରକ ୨ଜଣ ହେଲପରଙ୍କ ଉପରେ ମାଡିଯାଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ଉଭୟ ହେଲ୍ପରଙ୍କ ମୃତ୍ୟୁ ହୋଇଯାଇଥିଲା ।
ସେହିପରି ଦୁର୍ଘଟଣାରେ ମୃତ ୨ ହେଲ୍ପରଙ୍କ ପରିଚୟ ମିଳିଛି । ସେମାନେ ହେଲେ ଆନନ୍ଦପୁର ଥାନା ଜୋକନାଳି ଗାଁ ର ଲିପୁନ୍ ନାୟକ ଓ ସଂଜିବ ଘଡେଇ । ସେପଟେ ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଦୁର୍ଘଟଣା ଘଟଇଥିବା ଟ୍ରକକୁ ଘସିପୁରା ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।