ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୭୩ ଲକ୍ଷ ୯ ହଜାର, ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୧୦ ହଜାର

ନୂଆଦିଲ୍ଲୀ, ୩/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୭୩ ଲକ୍ଷ ୯ ହଜାର ୬୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ ୧୦ ହଜାର ୯୭୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୪୦ ଲକ୍ଷ ୧୨ ହଜାର ୧୪୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୨୦ ଲକ୍ଷ ୮୬ ହଜାର ୫୨୬ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୮୬ ହଜାର ୮୩ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୬୫ ହଜାର ୨୦୩ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୩୬ ହଜାର ୯୬୪ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୧ ଲକ୍ଷ ୬୭ ହଜାର ୪୨୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୧ ଲକ୍ଷ ୭୦ ହଜାର ୮୧୭। ଏଥିରୁ ୧୭ ହଜାର ୩୦୯ ଜଣ ଗୁରୁତର ଅଛନ୍ତି ।