ମାଲକାନଗିରିରେ ମାଓ କ୍ୟାମ୍ପ ଠାବ: ଲ୍ୟାଣ୍ଡମାଇନ୍ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ମାଲକାନଗିରି ପୁଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । କମ୍ୱିଂ ଅପରେଶନ୍‌ରେ ଲ୍ୟାଣ୍ଡମାଇନ୍‌ ଉଦ୍ଧାର ହେବ ସହିତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପରେ ଉକ୍ତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା। ଏଥିସହ ମାଟିତଳୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଜବତ ସାମଗ୍ରୀ ଭିତରେ ୩ଟି ଅତ୍ୟାଧୁନିକ ବନ୍ଧୁକ ସହ କିଛି ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ନକ୍ସଲ କିଟ୍ ବ୍ୟାଗ୍ ସହ କିଛି ନକ୍ସଲ ପୁସ୍ତକ ଓ ବିପୁଳ ପରିମାଣ ନକ୍ସଲ ସାମଗ୍ରୀ ରହିଛି।