କୈମୁର, ୪/୧୧: ବିହାରର କୈମୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କୈମୁର ଜିଲ୍ଲାର ଏନଏଚ-୨ରେ ଯବୁତୀମାନଙ୍କୁ ବ୍ୟବହାର କରି ଲିଫ୍ଟ ମାଗିବା ବାହାନାରେ ଟ୍ରକ୍ ଡ୍ରାଇଭରମାନଙ୍କୁ ଲୁଟ୍ କରିଥିବା ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ୪ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ।
ଏଭଳି ଏକ ଗ୍ୟାଙ୍ଗ ଏନଏଚ-୨ଲୁଟ କରୁଥିବା ପୋଲିସକୁ ଖବର ମିଳିଥିଲା। କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଥିଲା। ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କୁଦରା ଥାନା ଅଞ୍ଚଳରୁ ଗ୍ୟାଙ୍ଗକୁ କାବୁ କରିଥିବା କହିଛନ୍ତି କୈମୁର ଏସ୍ପି ଦିଲନବାଜ ଅହମ୍ମଦ।
ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଥିବା ଜଣାପଡ଼ିଛି। ଯିଏକି ଚାକିରୀ ଛାଡ଼ି ଲୁଟେରା ଗ୍ୟାଙ୍ଗରେ ସାମିଲ ହୋଇଥିଲା। ଏହି ଗ୍ୟାଙ୍ଗ ବିରୋଧରେ ୨୦ରୁ ଅଧିକ ହତ୍ୟା, ଲୁଟ, ଡକାୟତି ଭଳି ମାମଲା ଅଲଗା ଅଲଗା ଥାନାରେ ଥିବା ପୋଲିସ କହିଛି।