ନୂଆଦିଲ୍ଲୀ, ୮/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୨ ଲକ୍ଷ ୪୨ ହଜାର ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ ୫୫ ହଜାର ୬୧୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୫୫ ଲକ୍ଷ ୪୦ ହଜାର ୬୬୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୩୪ ଲକ୍ଷ ୪୫ ହଜାର ୫୨୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୧ ହଜାର ୭୩୬ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଲକ୍ଷ ୧ ଲକ୍ଷ ୭୮ ହଜାର ୬୨ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୪୩ ହଜାର ୨୪୮ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୪ ଲକ୍ଷ ୪୧ ହଜାର ୭୪୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୪ ଲକ୍ଷ ୯୩ ହଜାର ୭୩। ଏଥିରୁ ୧୮ ହଜାର ୪୮୦ ଜଣ ଗୁରୁତର ଅଛନ୍ତି ।