ଭୁବନେଶ୍ୱର, ୮/୧୧ : ଆଜି ସକାଳୁ ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟ ତ୍ରିଶୁଳପୁର ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଏଥିରେ ଥିବା ୧୧ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଆଜି ସକାଳୁ ‘ଶ୍ରୀଅନନ୍ତ’ ନାମକ ଯାତ୍ରୀବାହୀ ବସ ବାଲେଶ୍ୱରରୁ ବାହାରିଥିଲା । ଏହି ବସଟି କଟକ ଅଭିମୁଖେ ଆସୁଥିଲା । କିନ୍ତୁ ଚରମ୍ପା ନିକଟ ତ୍ରିଶୁଳପୁର ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା । ତେବେ ଦୁର୍ଘଟଣା ସଂପର୍କିତ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥରେ ଅନେକ ଯାନବାହନ ଅଟକି ରହିଛି ।