ଆବୁଧାବି, ୮/୧୧ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୧୩ର ୨ୟ କ୍ୱାଲିଫାୟର ମ୍ୟାଚ ଆଜି ଖେଳାଯିବ। ଫାଇନାଲ ଖେଳିବା ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ଆବୁଧାବିର ଶେଖ ଜୟେଦ ଷ୍ଟାଡିୟମରେ ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଏହି ମ୍ୟାଚ ଖେଳାଯିବ । ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ବିଗତ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ତେଣୁ ଆଜି ଦିଲ୍ଲୀକୁ ମୁକାବିଲା କରିବା ପୂର୍ବରୁ ସଫଳ ରଣନୀତି କରିଛି । ସେହିପରି ଦିଲ୍ଲୀ ଟିମ ମଧ୍ୟ ଫାଇନାଲକୁ ଟିକେଟ କାଟିବା ଲାଗି ସ୍ୱତନ୍ତ୍ର ରଣନୀତି କରିଛି ।