ନୂଆଦିଲ୍ଲୀ, ୮/୧୧ : ଦେଶରେ ଆଜି ୨୪ ଘଣ୍ଟାରେ ୪୫ ହଜାର ୬୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୯ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ ହଜାର ୧୨୧ରେ ପହଞ୍ଚିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି ପାଇଛି। ଏହାସହ ୫ ଲକ୍ଷ ୧୨ ହଜାର ୬୬୫ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୭୮ ଲକ୍ଷ ୬୮ ହଜାର ୯୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।