ବଲିଉଡ ଡ୍ରଗ୍ସ ମାମଲା : ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଏନ୍‌ସିବି ଚଢ଼ାଉ ଜାରି

ମୁମ୍ବାଇ, ୮/୧୧ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡର ଅନେକ ବଡ ବଡ ସେଲିବ୍ରିଟିଙ୍କୁ ଜେରା କରାଯାଇଛି।। ଅଭିନେତା ଅଭିନେତ୍ରୀଙ୍କ ପରେ ବର୍ତ୍ତମାନ ଏନସିବି ଟିମ ବଲିଉଡର ଅନେକ ନିର୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ାଉ କରୁଛି। ତେବେ ଏନସିବି ଟିମ କୌଣସି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ଖୁଲାସା କରିବାକୁ ଅସ୍ବୀକାର କରିଛି।

ସୂଚନା ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇରେ ଶନିବାର ବିଳମ୍ବିତ ରାତିରେ ଅନେକ ବଲିଉଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ାଉ କରିଛି। ଏନସିବି ସୂତ୍ର ଅନୁଯାୟୀ, କିଛି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରୁ କିଛି ମାତ୍ରାରେ ଡ୍ରଗ୍ସ ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଚଢ଼ାଉ ରବିବାର ଜାରି ରହିଛି।

ସୂଚନା ଅନୁଯାୟୀ, ଏହି ମାମଲାରେ ଏନସିବି ଟିମ ଯେଉଁ ଡ୍ରଗ୍ସ ପେଡ଼ଲରଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରୁ ଅନେକ ବଲିଉଡରେ ଡ୍ରଗ୍ସ ସପ୍ଲାଏ କରୁଥିବା ସ୍ୱୀକାର କରିଛନ୍ତି। ଡ୍ରଗ୍ସ ପେଡ଼ଲରଙ୍କ ବୟାନ ଆଧାରରେ ଏନସିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚଢ଼ାଉ କରିଛି।