ଚେନ୍ନଇ, ୮/୧୧ : ତାମିଲନାଡୁର ଏରୋଡ ଜିଲ୍ଲା ମାନିଆଚିପାଲାମରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବ ସହିତ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଭ୍ୟାନରେ ୧୫ ଜଣ ଶ୍ରମିକ ଥିଲେ ଏବଂ ଏହା ଥମ୍ବେରଡି ଗାଁରୁ ଆନ୍ଥିୟୁର ଯାଉଥିଲା । ରାସ୍ତାରେ କିଛି ତ୍ରୁଟି ଥିବାରୁ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।