ଗଞ୍ଜାମ, ୮/୧୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅବକାରୀ ବିଭାଗ ଓ ବ୍ରହ୍ମପୁର ମୋବାଇଲ ଷ୍ଟ୍ରାଇକିଂ ଫୋର୍ସ ପକ୍ଷରୁ ଆଜି ପାଟପୁର ଥାନା କଂସାମାରୀ ଢେପସାହିର ଏକ ଘରେ ଅତର୍କିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ୪ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ଓଜନ ପ୍ରାୟ ୬୦ କେ.ଜି. ହୋଇଥିବା ବେଳେ ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ ।
ଗିରଫ ଯୁବକ ହେଲେ ସାନଖେମୁଣ୍ଡି ବ୍ଲକ କଂସାମାରୀ ଗ୍ରାମର ନରହରି ବେହେରା। ଗିରଫ ନରହରି ଦୀର୍ଘ ଦଶବର୍ଷ ଧରି ବେଆଇନ ଭାବେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଆଣି ରାଜ୍ୟର କଟକ, ଭୁବନେଶ୍ଵର ଓ ପୁରୀ ସହର ସମେତ ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଥିଲା।
ଏ ନେଇ ଦିଗପହଣ୍ଡି ଅବକାରୀ ବିଭାଗ ମାମଲା ନଂ ୬୩/୨୦ ଏନ୍ ଡିପିଏସ୍ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ତାଙ୍କୁ ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତ ୨ ଜଣଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।