ୱାସିଂଟନ,୮ /୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି । ଜୋ ବାଇଡ଼େନଙ୍କୁ ୨୮୪ ଭୋଟ୍ ମିଳିଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୨୧୪ ଭୋଟ୍ ପାଇଛନ୍ତି। ଏହି କାରଣରୁ ବାଇଡ଼େନ ରାଷ୍ଟ୍ରପତି ହେବେ ବୋଲି ଆଶା କରାଯାଉଛି। ଯଦିଓ ଟ୍ରମ୍ପ ଏପର୍ଯ୍ୟନ୍ତ ହାର ମାନି ନାହାଁନ୍ତି, ସେ ବିଜୟ ଏବଂ ପୁନ ଗଣନା ପାଇଁ କ୍ରମାଗତ ଭାବରେ କୋର୍ଟରେ ନିବେଦନ କରୁଛନ୍ତି। ଏହା ସତ୍ବେ ହ୍ବାଇଟ୍ ହାଉସକୁ ବାଇଡ଼େନଙ୍କ ଆସିବା ପ୍ରାୟତଃ ଚୂଡ଼ାନ୍ତ ମନେ ହେଉଛି । ତେବେ ବାଇଡ଼େନ ଏକା ହ୍ବାଇଟ୍ ହାଉସକୁ ଆସିବେ ନାହିଁ । ତାଙ୍କ ସହ ତାଙ୍କୁ ଦୁଇ ପ୍ରିୟ ପୋଷା କୁକୁର ମଧ୍ୟ ହ୍ବାଇଟ୍ ହାଉସକୁ ଆସିବେ।
କେବଳ ବାଇଡ଼େନ ନୁହନ୍ତି, ଏହା ପୂର୍ବରୁ ଜଜ୍ ବୁଶ୍, ଜର୍ଜ ବୁଶ୍ ଜୁନିଅର, କ୍ଲିଷ୍ଟନ ଓ ବାରାକ୍ ଓବାମା ମଧ୍ୟ ହ୍ବାଇଟ୍ ହାଉସରେ ନିଜ ପୋଷା କୁକୁରଙ୍କୁ ସ୍ଥାନ ଦେଇଥିଲେ । ଆମେରିକାର ୩୦ ଜଣ ପୂର୍ବ ରାଷ୍ଟ୍ରପତି କୁକୁର ପାଳିଥିଲେ ଓ ସେମାନେ ହ୍ବାଇଟ୍ ହାଉସରେ ରହୁଥିଲେ ।
ବାଇଡ଼େନ୍ ଓ ତାଙ୍କ ପତ୍ନୀ କୁକୁରଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କର ବର୍ତ୍ତମାନ ଦୁଇଟି କୁକୁର ଅଛି, ଗୋଟିକର ନାମ ମେଜର ଏବଂ ଅନ୍ୟଟି ଚାମ୍ପ । ଉଭୟ ଜର୍ମାନ ବ୍ରିଡ଼ର । ବାଇଡ଼େନଙ୍କ ପରିବାର ୨୦୦୮ରେ ଚାମ୍ପ ଓ ୨୦୧୮ରେ ମେଜରକୁ ଏକ ପଶୁ ଆଶ୍ରୟସ୍ଥଳ ପୋଷ୍ୟ ଗ୍ରହଣ କରିଥିଲେ । ବାଇଡ଼େନ କ୍ଷମତାକୁ ଆସିବା ପରେ ସେମାନେ ତାଙ୍କ ସହ ହ୍ବାଇଟ୍ ହାଉସରେ ରହିବେ ।