ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୭ ଲକ୍ଷ ୧୯ ହଜାର, ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୬୧ ହଜାର

ନୂଆଦିଲ୍ଲୀ, ୯/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୭ ଲକ୍ଷ ୧୯ ହଜାର ୪୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ ୬୧ ହଜାର ୬୭୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୫୭ ଲକ୍ଷ ୮୦ ହଜାର ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୩୬ ଲକ୍ଷ ୭୭ ହଜାର ୧୬୪ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୨ ହଜାର ୨୩୪ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୮୭ ହଜାର ୬୬ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୪୩ ହଜାର ୭୫୬ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୪ ଲକ୍ଷ ୮୨ ହଜାର ୧୧୪ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫ ଲକ୍ଷ ୬୧ ହଜାର ୧୯୬। ଏଥିରୁ ୧୮ ହଜାର ୪୩୪ ଜଣ ଗୁରୁତର ଅଛନ୍ତି ।