ମୁମ୍ବାଇ, ୯/୧୧: ସାଉଥ ଫିଲ୍ମର ସୁସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହା ସହିତ ସେ ଗତ ୫ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେ ସଙ୍ଗରୋଧରେ ଅଛନ୍ତି ।
ଫିଲ୍ମ ‘ଆଚାର୍ଯ୍ୟ’ ସୁଟିଂ ପୂର୍ବରୁ ପ୍ରୋଟୋକଲ୍ ଅନୁସାରେ ସେ କୋଭିଡ ଟେଷ୍ଟ କରାଇଥିଲେ । ଦୁର୍ଭାଗ୍ୟଜନକ ଭାବରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସେ ଟ୍ୱିଟ କରିଛନ୍ତି ।