ପୁରୀରେ ବ୍ରାଉନସୁଗାର କାରବାର : ଦମ୍ପତିଙ୍କ ସହ ୫ ଜଣଙ୍କୁ ଗିରଫ କଲା ପୁରୀ ପୋଲିସ

ପୁରୀ, ୯/୧୧ : ପୁରୀରୁ ଆଜି ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହି ମାମଲାରେ ଜଣେ ଦମ୍ପତିଙ୍କ ସମେତ ପାଂଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ପୁରୀ ନରେନ୍ଦ୍ରକୋଣ ମଙ୍ଗଳାସାହିର ରବିଚରଣ ମହାନ୍ତି ଓ ତାଙ୍କ ପତ୍ନୀ ଲଷ୍ମୀ ଦେଇ, ରାମିନି ମଲିକ, ଗଞ୍ଜାମ ବୁଗୁଡ଼ା ଥାନା ଅନ୍ତର୍ଗତ ଲୋକନାଥପୁରର ସଂଗ୍ରାମ କେଶରୀ ବିଶୋଇ ଓ ବ୍ରହ୍ମପୁର ବଡବଜାର ଗେଟ ବଜାର କଲୋନୀର ଶିବାନନ୍ଦ ବେହେରା । ସେମାନଙ୍କ ଠାରୁ ଗୋଟିଏ କାର, ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।