ମୁମ୍ବାଇ,୧୧/୧୧: ଟିଭି ଶୋ ‘ରାମାୟଣ’ର ସୀତା ଓରଫ ଦୀପିକା ଚିଖଲିୟା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଲ ପ୍ରଶଂସକଙ୍କୁ ନିଜ ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଉଥିବାର ନଜର ଆସିଛନ୍ତି। ଫିଲ୍ମ ‘ସରୋଜିନୀ’ରେ ଦୀପିକା ଚିଖଲିୟା,ସରୋଜିନୀ ନାଇଡ଼ୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଗୀତ ରାନୁ ମଣ୍ଡଲ ଗାଇବେ।
ଭିଡିଓ ସେୟାର କରି ଦୀପିକା ଚିଖଲିୟା ଲେଖିଛନ୍ତି ଯେ ,‘ ମୋ ଫିଲ୍ମ,ସରୋଜିନୀ,ଧୀରଜ ମିଶ୍ରାଙ୍କ ଦ୍ବାରା ଲେଖାଯାଇଛି। ଏହି ଫିଲ୍ମର ଗୀତକୁ ରାନୁ ମଣ୍ଡଲ ଗାଇବେ।’ ଭିଡିଓରେ ରାନୁ ମଣ୍ଡଲ କହୁଥିବାର ନଜର ଆସିଛନ୍ତି ଯେ ସେ ଧୀରଜ ମିଶ୍ରାଙ୍କ ଫିଲ୍ମ ସହ ଯୋଡ଼ି ହେବାକୁ ଯାଉଛନ୍ତି। ଫିଲ୍ମର ସବୁ ଗୀତରେ ତାଙ୍କରି କଣ୍ଠସ୍ବର ରହିବ। ତାଙ୍କୁ ଆଶା ରହିଛି ଯେ ତାଙ୍କୁ ସେହି ପ୍ରେମ ଏବଂ ସମ୍ମାନ ମିଳିବ ଯାହା ସମସ୍ତେ ତାଙ୍କୁ ଦେଇ ଆସିଛନ୍ତି।