କଟକରେ ୪୬.୩୯% ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି

କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛିା ଆଂଚଳିକ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଆରଏମ୍‌ଆରସି) ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛିା କଟକ ସହରରେ ମୋଟ ୨୨୭୪ଜଣଙ୍କଠାରୁ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୨୫ଟି ୱାର୍ଡରୁ ୧୬୩୪ ଏବଂ ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ସାମ୍ପଲ୍‌ ସଂଗ୍ରହ ହୋଇଥିଲା। ୨୫ଟି ୱାର୍ଡରୁ ସଂଗ୍ରୃହିତ ସାମ୍ପଲ୍‌ରୁ ୪୧.୦୮% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥିବାବେଳେ ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହିତ ସାମ୍ପଲ୍‌ରୁ ୫୬.୪% ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ୧୬ ନମ୍ବର ୱାର୍ଡରେ ସର୍ବ ନିମ୍ନ ୨୨% ଓ ୪୭ ନମ୍ବର ୱାର୍ଡରୁ ସର୍ବାଧିକ ୬୭% ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ତେବେ ଅଳ୍ପ ବୟସ୍କଙ୍କ ମଧ୍ୟରେ ଆଣ୍ଟିବଡ଼ି ବେଶି ବିକଶିତ ହୋଇଛି।

ଆଣ୍ଟିବଡ଼ି ସୃଷ୍ଟି ହେବା ନେଇ ପୁଅ-ଝିଅ ତଥା ମହିଳା ପୁରୁଷଙ୍କ ମଧ୍ୟରେ କୌଣସି ତାରତମ୍ୟ ଦେଖାଯାଇ ନାହିାଁ ସେରୋ ସର୍ଭେରେ ସିଏମସିର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ରାଜ୍ୟ ସରକାର ଓ ଆର୍‌ଏମ୍‌ଆରସି କର୍ମଚାରୀ ସହଯୋଗ କରିଥିଲ।

ସେରୋ ସର୍ଭେ ନେଇ ଆର୍‌ଏମ୍‌ସି ନିର୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ କଟକରେ ୪୬.୩୯% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହେଉଥିବା ସିରୋ ସର୍ଭେରୁ ସ୍ପଷ୍ଟ ହୋଇଛି । ଚଳିତ ମାସ ନଭେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ କଟକରେ ହୋଇଥିବା ସିରୋ ସର୍ଭେରୁ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି। ତେବେ ୪୬. ୩୯ ପ୍ରତିଶତ ଲୋକଙ୍କ ଦେହରେ ଏହି ପ୍ରଭାବ ଦେଖିବାକୁ ମିଳିଛି। ହାଇରିସ୍କ ଗ୍ରୁପରେ କରୋନା ଯୋଦ୍ଧା, ସାମ୍ବାଦିକ, ସରକାରୀ କର୍ମଚାରୀ ଆଗ ଧାଡିର ଲୋକଙ୍କର ସେରୋ ସର୍ଭେ ହୋଇଛି। ଆଶା, ଅଙ୍ଗନୱାଡି କର୍ମୀ, ସିଏମିସି କର୍ମଚାରୀ ଏବଂ ଆରଏମଆରସିର ୫ ଜଣିଆ ଟିମ୍ ଏହି ସେରୋ ସର୍ଭେ କରିଥିଲେ। ଅଳ୍ପ ବୟସର ଲୋକଙ୍କ କ୍ଷେତ୍ରରେ ଅଧିକ ଆଣ୍ଟିବଡି ବିକଶିତ ହୋଇଛି।

ଆଗକୁ ଧନତେରାସ, ଦୀପାବଳୀରେ ଗହଳି ନକରିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ସହ କରୋନା ନିୟମ ମାନି ଯେମିତି ଦୁର୍ଗାପୂଜା ପାଳନ ହେଲା ସେମିତି ଆଗାମୀ ପାର୍ବଣ ପାଳନ କରନ୍ତୁ ବୋଲି କଟକ ମହାନଗର ନିଗମ(ସିଏମ୍‌ସି)କମିଶନର ଅନନ୍ୟା ଦାସ ପରାମର୍ଶ ଦେଇଛନ୍ତି।