ନୂଆଦିଲ୍ଲୀ, ୧୩/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୩୦ ଲକ୍ଷ ୭୧ ହଜାର ୯୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ ୯୮ ହଜାର ୫୪୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୭୧ ଲକ୍ଷ ୮୬ ହଜାର ୫୭୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୪୫ ଲକ୍ଷ ୮୬ ହଜାର ୮୭୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୫ ହଜାର ୧୮୭ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିଏ ୮ ଲକ୍ଷ ୬୯ ହଜାର ୫୫୩ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୪୮ ହଜାର ୫୩୬ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୭ ଲକ୍ଷ ୧୧ ହଜାର ୬୧୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୯ ଲକ୍ଷ ୯ ହଜାର ୪୦୬। ଏଥିରୁ ୧୮ ହଜାର ୮୨୧ ଜଣ ଗୁରୁତର ଅଛନ୍ତି ।